ସଇଁତଲାରେ ସାର୍ଵଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

Sep 21, 2025 - 22:02
 0  16
ସଇଁତଲାରେ ସାର୍ଵଜନୀନ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା:ଲୋକ ଆବାଜ. ଇନ (ପ୍ରମୋଦ କୁମାର ସେଲମାଙ୍କ ରିପୋର୍ଟ

) ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ ହାଟପଦା ପରିସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାର୍ବଜନୀନ ୨୭ ତମ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ପରିପେକ୍ଷୀରେ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥିଲେ l ଏହାପରେ ଘଣ୍ଟ, ବାଜା ଓ ସଂକୀର୍ତ୍ତନ ମାଧ୍ୟରେ ସ୍ଥାନୀୟ ନିକଟସ୍ଥ ନୁଆଁବନ୍ଦକୁ ଯାଇଥିଲେ l ସେଠାରେ ପଣ୍ଡିତ କିରଣ ମିଶ୍ର, ବିକ୍ରମ ମିଶ୍ର, ମାନସ ମିଶ୍ର, ନବଘନ ଷଡ଼ଙ୍ଗୀ, ସୁରେନ୍ଦ୍ର ମିଶ୍ର ଓ ସାଧୁ ଚରଣ ମିଶ୍ର ଙ୍କ ତତ୍ତ୍ୱବଧାନରେ ପୂଜାର୍ଚନା ଆୟୋଜିତ ହୋଇଥିଲା l ଏଥିରେ ତୁଳସୀରାମ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ମଣି ଆଗ୍ରୱାଲ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ପରେ ବିରାଟ ଶୋଭାଯାତ୍ରା ବାହାରି ମଣ୍ଡପ ପରିସରରେ ପହଂଚି ୧୦୮ ଗୋଟି କଳସ ସ୍ଥାପନ କରିଥିଲେ l ଏହି ଶୋଭାଯାତ୍ରାରେ କମିଟିର ସ୍ଥାୟୀ ସଭାପତି ସୁରେନ୍ଦ୍ର ସିଂ ଭୋଇ, ସମ୍ପାଦକ ସୁବୋଧ ମିଶ୍ର, ପୂର୍ବ ସମ୍ପାଦକ ସୁବାସ ରଥ,କୋଷାଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସରପଞ୍ଚ ସୁବ୍ରତ ନାଗ, ଆଇନଜିବୀ ଟଙ୍କଧର ସାହୁ,ଝସକେତନ ମନହୀରା, ଅସୀମ ବେହେରା, ଦିଲୀପ ରଥ,ଶରତ ବେହେରା, ସଂଜୀବ ପାଣିଗ୍ରାହୀ ଙ୍କ ସମେତ କମିଟିର ବହୁ ସଦସ୍ୟ ଓ ଗ୍ରାମବାସୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ଉକ୍ତ ପୂଜା ପାଇଁ ଦୀର୍ଘ ୯ ଦିନ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି l ଏହା ସହିତ ମୁଖ୍ୟ ଆକର୍ଷଣ ଭାଇଜୁଇନ୍ତିଆ ଓ ରାବଣ ପୋଡି ବେଶ ଆକର୍ଷଣୀୟ ହେବ ବୋଲି ଆୟୋଜକ କମିଟି ତରଫରୁ ପ୍ରକାଶ କରିଛନ୍ତି l ପୂଜା ପାଇଁ ପ୍ରତ୍ୟେକ ଦିନ ମାଙ୍କ ର ଅନ୍ନଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଛି

What's Your Reaction?

like

dislike

love

funny

angry

sad

wow