ହାଇ ପ୍ରୋଫାଇଲ ଗଞ୍ଜେଇ ମାଫିଆ ତଥା ବିଜେଡି ନେତା ରିପୁ ଡିଗାଲ ଗିରଫ, ଗଞ୍ଜେଇ ସହ ଦାମୀ କାର ଜବତ

May 9, 2025 - 21:16
 0  355
ହାଇ ପ୍ରୋଫାଇଲ ଗଞ୍ଜେଇ ମାଫିଆ ତଥା ବିଜେଡି ନେତା ରିପୁ ଡିଗାଲ ଗିରଫ, ଗଞ୍ଜେଇ ସହ  ଦାମୀ କାର ଜବତ

ବାଲିଗୁଡା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ଆନ୍ତଃ ରାଜ୍ୟ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ l ବାଲିଗୁଡା ଅଂଚଳ ଅନ୍ୟ ରାଜ୍ୟ କୁ ଗଞ୍ଜେଇ ଚାଲାଣ ବେଳେ ମାଡି ବାସିଲା ପୋଲିସ l

ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ରୁ ଅନ୍ୟ ରାଜ୍ୟ କୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ l ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜlଲ ଙ୍କ ନେତୃତ୍ୱ ରେ ପୋଲିସ ସଦଳବଳେ ଗାଡି ନମ୍ବର - ଓ. ଡ଼ି 02 ଏସ 1999 କୁ -ଅଟକାଇ 56 କିଲୋ 500ଶହ ଗ୍ରାମ ଗଂଜେଇ ସହିତ ଗାଡି କୁ ଜବତ କରିଛି l ଗିରଫ ହାଇପ୍ରୋଫାଇଲ ଗଞ୍ଜେଇ ମାଫିଆ ତଥା ବାଲିଗୁଡା ବ୍ଳକ ବିଜେଡି ଯୁବ ସଭାପତି,ଖ୍ରୀଷ୍ଟଧର୍ମ ର ପାଳକ ବାରଖମା ଗାଁ ର ଡ଼ି. ବ୍ରୋ ଶ ଆଲାମ ଓରଫ ରିପୁ ଡିଗାଲ ବୋଲି ଜଣା ପଡିଛି l ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେବ ରିପୁ ଡିଗାଲ ଗଞ୍ଜେଇ ଚୋରା ଚାଲାଣ କଳା କାରନାମା ରେ ଲିପ୍ତ ଥିଲା କିନ୍ତୁ ପୋଲିସ ଆଖିରେ ଧୁଳିଦେଇ ଖସି ଯାଉଥିଲା l ଏନେଇ ବାଲିଗୁଡା ଥାନାରେ କେଶ ନମ୍ବର 140/ 25 ରେ ମାମଲା ରୁଜୁହୋଇ କୋର୍ଟ ଚାଲାଣ କରାଯାଇଛି l

What's Your Reaction?

like

dislike

love

funny

angry

sad

wow