ଅପାର ପାଇଁ ଅଭିଭାବକ ଓ ଶିକ୍ଷକ ମାନଙ୍କ ଯୁଗ୍ମ ସଭା ଅନୁଷ୍ଠିତ

ସୋନପୁର ;ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ )
ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୋନପୁର ପରିସର ରେ ଛାତ୍ରୀ ମାନଙ୍କ ଅପାର ପରିଚୟ ପତ୍ର ତିଆରି ପାଇଁ ଏକ ଅଭିଭାବକ ଓ ଶିକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ସଭା ରେ ବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ନଳିନୀପ୍ରଭା ପ୍ରଧାନ ଅଧକ୍ଷତା କରି ଛାତ୍ରୀ ମାନଙ୍କୁ ଅପାର ବିଷୟରେ ଆଲୋକପlତ କରିଥିଲେ l ଭାରତ ସରକାର ଙ୍କ ନୂତନ ଶିକ୍ଷା ନୀତି 2020 ଅନୁସାରେ ଏହି ପରିଚୟ ପତ୍ର ର ଆବଶ୍ୟକତା ଓ ଏହାର କାର୍ଯ୍ୟକାରିତା ବିଷୟରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଧାରଣା ଦେଇଥିଲେ l ଶେଷରେ ଅଧ୍ୟାପିକା ସୁଶ୍ରୀ ସ୍ନିଗ୍ଧା ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ l
What's Your Reaction?






