ଗୋରୁ କୁ ବଞ୍ଚେଇବା କୁ ଯାଇ ଲିଙ୍ଗାଗଡ଼ରେ ମାଳତୀ ବସ ଦୁର୍ଘଟଣା ଗ୍ରସ୍ତ

Sep 1, 2024 - 15:57
 0  93
ଗୋରୁ କୁ ବଞ୍ଚେଇବା କୁ ଯାଇ ଲିଙ୍ଗାଗଡ଼ରେ ମାଳତୀ ବସ ଦୁର୍ଘଟଣା ଗ୍ରସ୍ତ

ବାଲିଗୁଡା: ଲୋକ୍ ଆଵାଜ୍.ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ରବିବାର ମଧ୍ୟାହ୍ନ ୧୨ ଘଣ୍ଟିକାରେ ମାଳତୀ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି I ମାଳତୀ ବସ (ନମ୍ବର ଓ ଆର୍  ୧୨ ସି ୨୧୪୨)ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା I ଗାଇ ଉପରେ ଷଣ୍ଢ ଚଢ଼ି ପଡ଼ିବାରୁ ଦୁଇ ଗୋଟି ଗୋରୁ ହଠାତ ରାସ୍ତା ଉପରକୁ ଉଠିଆସିଥିଲେ Iଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇ ବାକୁ ଯାଇ ବସଟି ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି I ଦୁର୍ଘଟଣାରେ ଗୋଟିଏ ଗାଇ ର ମୃତ୍ୟୁ ହୋଇଛି I ପ୍ରାୟ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି I ଆହତ ବ୍ୟକ୍ତି ଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରା ଯାଉଛି I ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛନ୍ତି I ଘଟଣା ସ୍ଥଳରେ ସ୍ଥାନୀୟ ଏସ ଡି ପି ଓ ବିଜୟ କୁମାର ବିଶି,ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ,ଏସ.ଆଇ ଅନନ୍ତ କୁମାର ପ୍ରଧାନ ପ୍ରମୁଖ ପହଞ୍ଚି ଦୁର୍ଘଟଣା ବିଷୟରେ ତଦନ୍ତ କରୁଛନ୍ତି I

What's Your Reaction?

like

dislike

love

funny

angry

sad

wow