ଢୋଲପଡା ନିକଟରୁ ପିକଅପ ସହ 18 ଗଞ୍ଜେଇ ଜବତ, ଦୁଇ ଗିରଫ

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :
ବୁଧବାର ବିଳମ୍ବିତ ରାତି ପ୍ରାୟ 10 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ଢୋଲପଡା ଗ୍ରାମ ନିକଟରୁ ଏକ ପିକଅପ ଗାଡ଼ିରୁ 18 କେଜି ଗଞ୍ଜେଇ ଜବତ କରିଛି ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ଵାଡ l ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ମୋବାଇଲ ସ୍କ୍ଵାଡ ଚଢାଉ କରି ପିକଅପ ସହ 18 କେଜି ଗଞ୍ଜେଇ ଜବତ୍ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ | ଗିରଫ ଦୁଇ ଅଭିଯୁକ୍ତ ହେଲେ ମନମୁଣ୍ଡା ଥାନା ପାଇକ ବାହାଲ ଗ୍ରାମର ନୀଳମଣି ରାଜହଂସ ଓ ବିହାର ରାଜ୍ୟ ସପୁର ଜିଲ୍ଲାର ଶୁଭମ୍ ରାମ୍ ବୋଲି ସୂଚନା ମିଳିଛି | ଆଜି ଉଭୟ ଅଭିଯୁକ୍ତଙ୍କୁ କଂଟାମାଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟକୁ ଚାଲାଣ କରାଯିବ ବୋଲି ମୋବାଇଲ ସ୍କ୍ଵାଡ ପକ୍ଷରୁସୂଚନା ମିଳିଛି l
What's Your Reaction?






