ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେସ ପତ୍ର ଓ ପ୍ରଶଂସା ପତ୍ର ବଣ୍ଟନ ମେଳା ଅନୁଷ୍ଠିତ l

କଣ୍ଟାମାଳ: ଲୋକ ଆବାଜ୍.ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ହାଇସ୍କୁଲ ପଡିଆଠାରେ ବିଡ଼ିଓ ସାମି ଜୟଶ୍ରୀ ରେଡି ଙ୍କ ଅଧକ୍ଷତାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ପତ୍ର ଓ ପ୍ରଶଂସା ପତ୍ର ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ପ୍ରତିନିଧି ଦୀପକ ବାରିକ, ଜିଲ୍ଲା ପରିଷଦ ସଦସ୍ୟାସୁମିତ୍ରା ସାହୁ, ପଦ୍ମଳୟାପ୍ରଧାନ,ଅlଡିସିନାଲ ପିଡି ଚାଲସ ନାୟକ,ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ସମିତିସଭ୍ୟ ଲିଙ୍ଗ ରାଜ ଦନ୍ତା, ଶିମିଳି ପଦର ସରପଞ୍ଚ ସାରଦୁଲ ନାୟକ ,ଯୋଗଦେଇ ହିତାଧିକାରୀକ୍ଷିତିସୁତା ଖଟୁଆ, ତେଜବତୀ ରଣା, ବିନୋଦିନୀ ଭୋଇ, ସାନ ଭୋଇ, ଗୀତାଞ୍ଜଳି ପ୍ରଧାନ, ଗୀତାଞ୍ଜଳି ଖେତି ମାନଙ୍କୁ କାର୍ଯ୍ୟାଦେସ ପତ୍ର ଓଯେଉଁ ମାନେ ଆଗରୁ ଠିକ ସମୟରେ ପ୍ରଧାନ ମନ୍ତ୍ରୀ ଆବାସ ତିଆରି ଶେଷ କରିଛନ୍ତି ସେମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଥିଲେ l କାର୍ଯ୍ୟ କ୍ରମ କୁ ଇଂ ଦିବ୍ୟ ଲୋଚନ ନାୟକ ପରିଚାଳନା କରିଥିଲେ l ସିଡିପିଓ ପଙ୍କଜିନୀ ମିଶ୍ର ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମକୁଦବ୍ୟୁଇଓ ଜ୍ୟୋତିରଞ୍ଜନ ବେହେରା, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ,ପିଇଓ ଜ୍ଞାନ ମିଶ୍ର, ଜୟଦେବ ପ୍ରଧାନ, ଆରଏଚର ବିପିସି ରାଜଲକ୍ଷ୍ମୀ ସାହୁ ସହଯୋଗ କରିଥିଲେ l
What's Your Reaction?






