ଆନ୍ତଃ ରାଷ୍ଟ୍ରୀୟ ହିନ୍ଦୁପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ବ୍ରହ୍ମଲୀନ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ସ୍ମୃତିସଭା

ବାଲିଗୁଡା,ଲୋକ୍ ଆବାଜ୍. ଇନ୍(ପ୍ରମୋଦ ଦଣ୍ଡସେନା)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ୍ ହଲ୍ ପରିସର ମଧ୍ୟରେ ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଓ଼ ବ୍ରହ୍ମଲୀନ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳିତ ହୋଇଥଲା l ବାଲିଗୁଡା ଜଗନ୍ନାଥ ମନ୍ଦିର ନିକଟରୁ ଶାନ୍ତି ଶୃଙ୍ଖଳା ର ସହିତ ଏକ ଶୋଭାଯାତ୍ରା ବାହାରି ଟାଉନ୍ ହଲ୍ ରେ ପହଞ୍ଚି ଥିଲା l ସଭାକାର୍ଯ୍ୟ ପ୍ରାରମ୍ଭ ରୁ ସ୍ୱାମଜୀ ଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଥିଲା l ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓଡିଶା ଅଧକ୍ଷ ବିଶ୍ବଜିତ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସ୍ମୁତି ସଭାରେ ମୁଖ୍ୟ ଅତିଥି ଭବେ ଅଖିଳ ଭାରତ ସନ୍ଥ ସମିତି ର ଅଧକ୍ଷ ସନ୍ଥ ସ୍ବାମୀ ଶ୍ରୀ ସତ୍ୟାନନ୍ଦ ମହାରାଜ ଗିରି, ସମ୍ମାନୀତ ଅତିଥି ଭାବେ ଦଣ୍ଡି ସ୍ଵାମୀ ଭlସ୍କରା ମହେନ୍ଦ୍ରଗିରି ପୀଠl ଧିଶ ବନବାସୀ ସନ୍ଥ ସ୍ଵାମୀ ସୁଦୟା ଆବା, ଆଚାର୍ଯ୍ୟ ନିରଞ୍ଜନ, ଗୀତା ଜ୍ଞାନ ପ୍ରଚାରକ ଅରୁଣ ନାୟକ ପ୍ରମୁଖ ଯୋଗଦେଇ ହିନ୍ଦୁତ୍ବ ସୁରକ୍ଷା ସମୃଦ୍ଧି ଓ଼ ଗୋ ମାତା ଙ୍କ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷଣl ନନ୍ଦ ଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ସାଧୁ ସନ୍ଥ ମାନେ ମତବ୍ୟକ୍ତ କରିଥିଲେ l ଏହି ସ୍ମୃତି ସଭାରେ ସ୍ୱାମୀଜୀ ଙ୍କ ସ୍ମୃତି ଚାରଣ କରି ଆମନ୍ତ୍ରିତ ସାଧୁ ସନ୍ଥ କହିଥିଲେ ଯେ ସ୍ୱାମୀଜୀ କିଭଳି ଭାବେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ର ବନବାସୀ ଙ୍କୁ ଶିକ୍ଷା କୃଷି ଓ ସଂସ୍କୃତି କୁ ପ୍ରାଧାନ୍ୟ ଦେଇ ନାରୀ ଙ୍କ ଶିକ୍ଷା କୁ ଆଗକୁ ନେଇଥିଲେ l କନ୍ଧମାଳ ରେ ଧର୍ମାନ୍ତିକରଣ ଓ ଗୋ ହତ୍ୟା କୁ ବିରୋଧ କରିବାଯୋଗୁଁ ଆତତାୟୀ ମାନେ ତାଙ୍କୁ ଅତି ନିର୍ମମ ଭାବେ 2008ମସିହା ଅଗଷ୍ଟ ତେଇଶି ତାରିଖ ଜନ୍ମାଷ୍ଟମୀ ଦିନ ହତ୍ୟା କରିଥିଲେ l ହତ୍ୟାକାଣ୍ଡ କୁ ଦୀର୍ଘ ଷୋହଳ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ ପ୍ରକୃତ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀ ଧରାପଡ଼ି ନ ଥିବାରୁ ସାଧୁ ସନ୍ଥ ମାନେ କ୍ଷୋଭ ପ୍ରକାଶ କରିଥିଲେ l ସରକାର ପ୍ରକୃତ ହତ୍ୟାକାରୀ ଙ୍କୁ ଧରିବା ସହିତ ତଦନ୍ତ କମିଶନର ଙ୍କ ସତ୍ୟପାଠ ସାର୍ବଜନୀନ ପାଇଁ ଦାବୀ ହୋଇଥିଲା l ହିନ୍ଦୁ ସନାତନ ଧର୍ମର ସୁରକ୍ଷା ମଠ ମନ୍ଦିର ସୁରକ୍ଷା କରିବା ଏବଂ ଧର୍ମାନୁଷ୍ଠାନ ନିକଟ ରେ ଆମିଷ ବିକ୍ରୀ ନିଷେଧ କନ୍ଧମାଳ ମେଡିକାଲ କଲେଜ କୁ ସ୍ୱାମୀଜୀ ଙ୍କ ନାମରେ ନାମିତ କାଟିବା ଏବଂ ସ୍ୱାମୀଜୀ ଙ୍କ ନାମରେ ଜିଲ୍ଲା ରେ ସଂସ୍କୃତ ବିଶ୍ବ ବିଦ୍ୟାଳୟ ସ୍ଥାପନ କରିବା ଦାବୀ ନେଇ ଉପଜିଲ୍ଲା ପାଳ ରୀନା ପ୍ରଧାନଙ୍କୁ ଦାବୀ ପତ୍ର ଦିଆଯାଇଥିଲା l
What's Your Reaction?






