ଯୋଗଳୟ ଠାରେ ବରିଷ୍ଠ ନାଗରିକ ଓ ଗଙ୍ଗାଧର ଜୟନ୍ତୀ ପାଳନ

ସୋନପୁର : ଲୋକ ଆବାଜ୍.ଇନ(ମନୋରଞ୍ଜନ ତ୍ରିପାଠୀ) :
ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ ,ସୁବର୍ଣ୍ଣପୁର ସାଧନା କକ୍ଷରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମତିଥି ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ସଂଘର ସଭାପତି ଡ. ଜ୍ୟୋତି ରଞ୍ଜନ ବହିଦାରଙ୍କର ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିବାବେଳେ ବରିଷ୍ଠ ଉପଦେଷ୍ଟା ସାମ୍ବାଦିକ ଗୋରେଖନାଥ ସାହୁ, ଉପସଭାପତି ଡ. ଆର୍ତ୍ତତ୍ରାଣ ବାବୁ, ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ବିଷୟ ବସ୍ତୁଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I ସମସ୍ତ ବରିଷ୍ଠ ନାଗରିକ ନିଜର ହକ୍ ପାଇଁ ଏକ ଜୁଟ ହୋଇ ଲଢେଇ କରିବା ସଙ୍ଗେ ସଙ୍ଗେ ସମାଜ ଓ ରାଷ୍ଟ୍ରପ୍ରତି ସମର୍ପିତ ହେବା ପାଇଁ ଆହ୍ଵାନ ଦେଇଥିବା ବେଳେ ସ୍ଵାଭାବ କବି ଗଙ୍ଗାଧର ଙ୍କର ସାହିତ୍ୟକୃତି ପାଇଁ ନୋବେଲ ପୁରସ୍କାର ପାଇବାପାଇଁ ହକ୍ଦାର ବୋଲିମତ ପ୍ରକାଶପାଇଥିଲା । ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ ଆବହନୀ ସଙ୍ଗୀତ ଏବଂଶ୍ରୀ ଯଜ୍ଞେଶ୍ୱର ପୂଜାହାରୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ ।
ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ ଏବଂ ବରିଷ୍ଠ ସଭ୍ୟ ଶିକ୍ଷାବିତ୍ ଦେବ କିଶୋରଦାନୀ ଧନ୍ୟବାଦ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଏବଂ ଶ୍ରୀ ଗୋପାଳଜୀ ଯୋଗାଳୟର ସମସ୍ତ ସଦସ୍ୟ ଓ ସହର ର ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।
What's Your Reaction?






