ବାବା ଆଖଣ୍ଡଳମଣି ବୋଲବମ ସଂଘ ,ଡୁକେରମାଲ ପକ୍ଷରୁ ପାରାୟଣ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଲୋକ ଆବାଜ.ଇନ (ସତ୍ୟ ବ୍ରତ ବଗର୍ତ୍ତୀ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମା ଠାରେ ଆଖଣ୍ଡଳମଣି ବୋଲବମ ସଂଘ ,ଡୁକେରମାଲ ପକ୍ଷରୁ ତୁଳସୀ ରାମାୟଣ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାୟଣ ଗାୟିକା ବ୍ରାହ୍ମଣୀ ଡୁଙ୍ଗୁରି,ବଲାଙ୍ଗୀର ଜିଲ୍ଲାର ସୁଶ୍ରୀ ପ୍ରିତୀ ନନ୍ଦା ମିଶ୍ର ଯୋଗ ଦେଇଥିବା ବେଳେ ପୂଜକ ଭାବେ ନୃସିଂହ ଚରଣ ତ୍ରିପାଠୀ, ଭାରତ ଭୂଷଣ ଷଡଙ୍ଗୀ ରହିଛନ୍ତି।ସେହିଭଳି ଯଜ୍ଞ କର୍ତ୍ତା ରୂପେ ଭାଗ୍ୟବତୀ ସାହୁ ଓ ତାଙ୍କ ସ୍ବାମୀ ଆକାଶ ସାହୁ ରହିଛନ୍ତି।କାର୍ଯ୍ୟକ୍ରମ ର ସୁପରିଚାଳନା ନିମନ୍ତେ କମିଟିର ସଭାପତି କଳ୍ପ ସାହୁ ସମ୍ପାଦକ କୁଞ୍ଜ ସାହୁ ଓ ଅନ୍ୟ ମାନେ ଦାୟିତ୍ୱ ନେଇଛନ୍ତି। ଏଥିରେ ଶହ ଶହ ଭକ୍ତ ସାମିଲ ହେଉଥିବା ଦେଖିବାକୁ ମିଳିଛି ।
What's Your Reaction?






